- 02 Dec 2024
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଆହୁରି ପ୍ରଚାର ଏବଂ ପ୍ରସାର କରିବା। ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା। ଯୁବବର୍ଗଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦିଆଯିବ। କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା କ୍ଷେତ୍ରରେ ଓଡିଶାକୁ ଏକ ନମ୍ବର କରାଇବା ପାଇଁ ଆମ ଲକ୍ଷ୍ୟ ରହିଛି।
ଆମ ସମସ୍ତଙ୍କ ସ୍ୱପ୍ନର ଓଡ଼ିଶା, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମୋ ସହିତ ସାମିଲ ହୁଅନ୍ତୁ।ଦୁର୍ନୀତି ମୁକ୍ତ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା ସବୁ କ୍ଷେତ୍ରରେ ବିକଶିତ ଓଡ଼ିଶା ଗଠନ ଆମ ଦାୟିତ୍ଵ।
ସଂକଳ୍ପ ବିକାଶର, ପ୍ରତିଶ୍ରୁତି ପ୍ରଗତିର, ସ୍ବପ୍ନ ନୂଆ ଓଡ଼ିଶାର।
ନୂଆ ଓଡ଼ିଶା, ଗଠନରେ ଶିଳ୍ପୀ ସାଜନ୍ତୁ। ଆମ ସହିତ ସାମିଲ ହୁଅନ୍ତୁ।
ସୂର୍ଯ୍ୟବଂଶୀ ସୁରଜ। ଧାମନଗର ମାଟିର ଲଢୁଆ ପୁଅ। ବିଧାନସଭାରେ ସେ ସାଜିଛନ୍ତି ଧାମନଗରବାସୀଙ୍କ ସ୍ୱର। ସମୃଦ୍ଧ ଧାମନଗର ଏବଂ ବିକଶିତ ଓଡ଼ିଶା ଗଠନ ତାଙ୍କର ମୂଳ ଲକ୍ଷ୍ୟ।
ସୂର୍ଯ୍ୟବଂଶୀଙ୍କ ବାପା ସ୍ବର୍ଗତ ବିଷ୍ଣୁ ସେଠୀ ଭାରତୀୟ ଜନତା ପାର୍ଟିରୁ ଧାମନଗର ବିଧାନସଭା କ୍ଷେତ୍ରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଧାମନଗରବାସୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ବିୟୋଗ ପରେ ପିତାଙ୍କ ପଥକୁ ଅନୁସରଣ କରିଥିଲେ ସୂର୍ଯ୍ୟବଂଶୀ। ୨୦୨୨ ଉପନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପ୍ରଥମଥର ପାଇଁ ସେ ବିଧାୟକ ହେଲେ। ସୂର୍ଯ୍ୟବଂଶୀ ସୁରଜ ସାଜିଲେ ଧାମନଗରବାସୀଙ୍କ ସେବକ।
ରାଜନୀତିକୁ ଆସିବା ପୂର୍ବରୁ ଟାଟା କଂସଲଟାନ୍ସି ସର୍ଭିସେସରେ ଜଣେ ସଫ୍ଟୱେୟାର ଡେଭଲପର ଭାବେ କାର୍ଯ୍ୟରତ ଥିଲେ ସୂର୍ଯ୍ୟବଂଶୀ। ଏହାସହିତ ଧାମରାଠାରେ ଥିବା ଆଦାନୀ ଡିପିସିଏଲରେ ସିଷ୍ଟମ ଇଞ୍ଜିନିୟର ଭାବେ କାମ କରି କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ସେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି।
ସୂର୍ଯ୍ୟଙ୍କ ପ୍ରକାଶ ପରି ଦିନକୁ ଦିନକୁ ତେଜିୟାନ ହୋଇଚାଲିଛନ୍ତି ସୂର୍ଯ୍ୟବଂଶୀ। ଜନତାଙ୍କ ପ୍ରତି ତାଙ୍କର ସେବା ମନୋଭାବ ଏବଂ ଧାମନଗରବାସୀଙ୍କ ଭଲପାଇବା ପାଇଁ ୨୦୨୪ ନିର୍ବାଚନରେ ପୁଣି ବିଜୟ ମୁକୁଟ ପିନ୍ଧିଛନ୍ତି ସୂର୍ଯ୍ୟବଂଶୀ। ଓଡ଼ିଶା ସରକାରଙ୍କ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଉଛନ୍ତି।
Key Leadership Roles:-
Join a community of passionate volunteers working for social upliftment and service.